Odisha Link
Bridging the Missing Links in Odisha

ସାନିଟାଇଜରକୁ ପାଣି ଭାବି ପିଇଲେ ବିଏମସିର ବରିଷ୍ଠ ଅଧିକାରୀ

ମୁମ୍ବାଇ: ସାନିଟାଇଜରକୁ ପାଣି ଭାବି ଅନେକ ଲୋକ ପିଇ ଅସୁସ୍ଥର ହେଉଛନ୍ତି। ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ଏହାର ଶିକାର ହୋଇଛନ୍ତି। ସେ ଭୁଲବଶତଃ ସାନିଟାଇଜରକୁ ପାଣି ଭାବି ପଇ ଦେଇଥିଲେ। ଏହି ଘଟଣାଟି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଘଟିଛି।

ପ୍ରକାଶ ଯେ , ଅଧିକାରୀଜଣକ ନାଗରିକ ସଂସ୍ଥାର ଶିକ୍ଷା ବଜେଟ୍ ଉପସ୍ଥାପନ କରୁଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଏହି ସମୟରେ ତାଙ୍କ ଆଗରେ ରଖାଯାଇଥିବା ସାନିଟାଇଜର ବୋତଲକୁ ସେ ପାଣି ବୋଲି ଭାବି ପିଇଦେଇଥିଲେ।

ପଛପଟେ ଥିବା କର୍ମଚାରୀ ତାଙ୍କୁ ରୋକିବା ପୂର୍ବରୁ ‌ସେ ସାନିଟାଇଜର ପିଇଦେଇଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ସେ ସାନିଟାଇଜର ପିଇଦେଇଥିବା ଜାଣି ପାଟିରୁ ସାନିଟାଇଜର କାଢ଼ିବା ସହ ସାଧା ପାଣିରେ ନିଜ ପାଟିକୁ ସଫା କରି ପାଣି ପିଇଥିଲେ।

Comments are closed.