ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ଭୁବନେଶ୍ବର: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ।ଏଭଳି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପୁର ଥାନାସ୍ଥିତ ବିର୍ଷା ମୁଣ୍ଡା ବସ୍ତିରେ ଘଟିଛି। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି କୁହାଯାଉଛି। ସ୍ତ୍ରୀ ମମିନା ପୂର୍ତ୍ତିକୁ ପିଟିପିଟି ହତ୍ୟା କରିଛି ସ୍ବାମୀ ରଙ୍ଗଲାଲ ପୂର୍ତ୍ତି।
ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଛି। ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।