Odisha Link
Bridging the Missing Links in Odisha

କରୋନା ଟିକା ନେଲେ ACS ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: କରୋନା ଟିକା ନେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ACS ପ୍ରଦୀପ୍ତ ମହାପାତ୍ର ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗତକାଲି ୩୭୬ଟି ସ୍ଥାନରେ ୬୨.୭% ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଥିଲା।

ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୯୩.୬% ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ ହୋଇଥିଲା। ସେଠାରେ ୨୩ ହଜାର ୫୭୭ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଗଲା କୋଭିଡ ଟିକା। ଭୁବନେଶ୍ବରର ୬ଟି ସ୍ଥାନରେ ୬୫୦ ଜଣଙ୍କୁ ଦିଆଗଲା ଟିକା । ଟିକା ନେବା ପରେ କେହି ଅସୁସ୍ଥ ହୋଇଥିବାର ସୂଚନା ନାହିଁ। ଆଜି ୧୪୫ଟି ଜାଗାରେ ୧୪,୯୪୨ ଜଣଙ୍କୁ ଟିକାକରଣ କରିବାର ଯୋଜନା ରହିଛି।

Comments are closed.