Odisha Link
Bridging the Missing Links in Odisha

ମୁଣ୍ଡବିହୀନ ମୃତ ଦେହ ଘଟଣା: ୨ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର ହୋଇଥିବା ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ। ମୃତ ଦେହର ପରିଚୟ ମିଳିବା ପରେ ତଦନ୍ତରେ ଅଗ୍ରସର ଘଟିଥିବା କଥା କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

କଟାମୁଣ୍ଡ କଣ ହେଲା ଏ ନେଇ ଅଭିଯୁକ୍ତକୁ ପଚରାଉଚରା ଚାଲିଛି। ପରକୀୟା ପ୍ରୀତିରୁ ମୁଣ୍ଡକାଟ କରାଯାଇଛି କି ଏବେ ପ୍ରଶ୍ନ ଉଠୁଛି। ଧରାପଡ଼ିଥିବା ୨ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସଂପର୍କ ଥିଲା। ୨ ଜଣଙ୍କ ସହ ସଂପର୍କ ରଖିଥିବାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାକାଣ୍ଡର କାରଣ ପ୍ରେସମିଟରେ ପୁଲିସ୍ ଖୁଲାସା କରିବ। ଚନ୍ଦକା ଥାନାରେ ଫରେନ୍ସିକ୍ ଟିମ୍ ଓ ଡିସିପି ପହଞ୍ଚିଛନ୍ତି।

ପ୍ରକାଶ ଯେ, ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ମହିଳାଙ୍କ ପରିଚୟ ଜାଣିବାକୁ ବିଭିନ୍ନ ସ୍ଥାନରେ ପୋଷ୍ଟର ପୋଲିସ ଲଗାଇଥିଲା। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଥିଲା। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିଲେ। ମୃତଦେହ ନିକଟରୁ ଛୁରୀ, ଗ୍ଲୋଭସ୍ ମିଳିଥିଲା। ଏ ସବୁକୁ ତଦନ୍ତ ଲାଗି ଫୋରେନସିକ୍ ଟିମ୍ ସଂଗ୍ରହ କରିଥିଲା।

Comments are closed.