Odisha Link
Bridging the Missing Links in Odisha

ମିଳିଲା ମହିଳାଙ୍କ କଟା ମୁଣ୍ଡ

ଭୁବନେଶ୍ବର: ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଭରତ ପୁରର ଜଙ୍ଗଲରୁ ମହିଳାଙ୍କ କଟା ମୁଣ୍ଡ ଠାବ କରାଯାଇଛି । ପୁଲିସ ସହ ଯାଇ କଟାମୁଣ୍ଡ ଦେଖାଇଲେ ୨ ଅଭିଯୁକ୍ତ।ମୃତ ଦେହ ପଡ଼ିଥିବା ସ୍ଥାନର ୨ କିମି ଦୂରରୁ କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଆଜି ମହିଳାଙ୍କର ପରିଚୟ ମିଳିବା ପରେ ପୁଲିସ ୨ ଜଣଙ୍କୁ ଅଟକାୟୀ ପଚାରା ଉଚୁରା କରୁଥିଲା ।

ତାପରେ ସେମାନେ କଟା ମୁଣ୍ଡର ସନ୍ଦାନ ଦେଇଥିଲେ। ପ୍ରକାଶ ଯେ, ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ମହିଳାଙ୍କ ପରିଚୟ ଜାଣିବାକୁ ବିଭିନ୍ନ ସ୍ଥାନରେ ପୋଷ୍ଟର ପୋଲିସ ଲଗାଇଥିଲା।

ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଥିଲା। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିଲେ। ମୃତଦେହ ନିକଟରୁ ଛୁରୀ, ଗ୍ଲୋଭସ୍ ମିଳିଥିଲା। ଏ ସବୁକୁ ତଦନ୍ତ ଲାଗି ଫୋରେନସିକ୍ ଟିମ୍ ସଂଗ୍ରହ କରିଥିଲା।

Comments are closed.