Odisha Link
Bridging the Missing Links in Odisha

ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ତିନି ନାବାଳକଙ୍କ ମିଳିଲା ପରିଚୟ

ରାଉରକେଲା : କୋଏଲ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ତିନି ନାବାଳକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଗୁରୁଦ୍ୱାରରୋଡ଼ର ସୋନି ସୋନାକାର (୧୪), ସୁମିତ ସୋନାକାର (୧୨), ଗାନ୍ଧୀରୋଡ଼ର ଜ୍ଞାନେଶ୍ୱର ଚୌଧୁରୀ(୧୨)।

ଘରେ ବୁଲିବାକୁ କହି ପ୍ରାୟ୮ କିମି ଦୂର କୋଏଲ ନଦୀ ଘାଟକୁ ଚାଲି ଚାଲି ଯାଇଥିଲେ । ଗାଧୋଉଥିବା ବେଳେ ପହଁରା ଶିଖି ନ ଥିବାରୁ ଜଣକ ପରେ ଜଣେ ବୁଡ଼ି ଯାଇଥିଲେl ପରିବାର ଲୋକ ଆରଜିଏଚରେ ପହଞ୍ଚି ଶବ ଚିହ୍ନଟ କରିଥିଲେl ଆଜି ଝିରପାଣି ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ପ୍ରକାଶ ଯେ, ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ସେକ୍ଟର-୨୦ ବୈକୁଣ୍ଠଘାଟ ଭାଟାବସ୍ତି ନିକଟସ୍ଥ କୋଏଲ ନଦୀରେ ତିନି ନାବାଳକଙ୍କ ମୃତ ଶରୀର ଭାସୁଥିବା, କୂଳରେ ଚପଲ ଓ ପୋଷାକ ପଡ଼ିଥିବା ଦେଖି ସ୍ଥାନୀୟ ବସ୍ତିବାସିନ୍ଦା ଏ ସଂକ୍ରାନ୍ତରେ ଝିରପାଣି ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ।

Comments are closed.