Odisha Link
Bridging the Missing Links in Odisha

ଦେଶଦ୍ରୋହୀ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ଦେଶଦ୍ରୋହୀ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ। ଆଇଏସଆଇ ସହ ଲିଙ୍କ ଅଭିଯୋଗରେ ଗିରଫ ଈଶ୍ୱର ବେହେରା ମାମଲାର ଆଜି ବିଚାର କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବାଲେଶ୍ୱର ଏଡିଜେ କୋର୍ଟରେ ଆଜି ଏହି ମାମଲାର ବିଚାର କରାଯାଇ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଈଶ୍ୱରଙ୍କୁ ୨୦୧୫ ମସିହା ଜାନୁଆରୀ ୨୨ରେ ଈଶ୍ୱରଙ୍କୁ ଗିରଫ କରାଯାଇଥିଲା। ବାଲେଶ୍ୱର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ଆଇଏସଆଇକୁ ଦେବା ଅଭିଯୋଗରେ ଈଶ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। ଈଶ୍ୱର ବେହେରା ୯ ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆଇ ଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିଲା।

ରିଟ୍ରିଭ ଡାଟାରୁ ଜଣାଯାଇଥିଲା ଯେ ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲରୁ କଥା ହୋଇଛି। ଈଶ୍ୱରର ଭଏସ ସମ୍ପଲ୍ ସାଇଣ୍ଟିଫିକ ଲ୍ୟାବକୁ ଯାଇଥିଲା। ଈଶ୍ୱର ରେଗୁଲାର ଯୋଗାଯୋଗରେ ରହିଥିଲା। ଈଶ୍ୱର ଟିଭି କିଣିବାକୁ ପଇସା ମାଗିଥିଲା ଆଇଏସଆଇ ଏଜେଣ୍ଟକୁ। ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଆଇଏସଆଇ ଏଜେଣ୍ଟକୁ ଜଣେଇ ଦେଉଥିଲା। ଈଶ୍ୱର ମିରଟର ଆଇଏସଆଇ ଗୁଇନ୍ଦା ଅଶିଫ ଅଲ୍ଲୀର ଯୋଗାଯୋଗରେ ଥିଲା। ଈଶ୍ୱର ଆକାଉଣ୍ଟକୁ ଆବୁଧାବିରୁ, ବିହାର, ଆଜମେର, କୋଲକାତାରୁ ବହୁତ ଟଙ୍କା ଆସିଛି।

Comments are closed.