Odisha Link
Bridging the Missing Links in Odisha

୧୬ରୁ ରାଜ୍ୟରେ ବର୍ଷା ଆଶଙ୍କା!

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ପାଗ ସୁଖିଲା ରହିଥିବା ବେଳେ ଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁସାରେ, ଦେଶର କେତେକ ରାଜ୍ୟରେ ଅଦିନିଆ ବର୍ଷା ଆରମ୍ଭ ହୋଇପାରେ। ପାଣିପାଗରେ ଏହି ପରିବର୍ତ୍ତନ ଫେବ୍ରୁଆରୀ ମଧ୍ୟ ଭାଗରୁ ଆସିବ। ଯାହ ଫଳରେ କେତକ ରାଜ୍ୟରେ ଅଦିନିଆ ବର୍ଷା ସହ ବଜ୍ରପାତ ହେବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ପୂର୍ବାନୁମାନକାରୀ ଘରୋଇ ସଂସ୍ଥା ସ୍କାଏମେଟ୍ ପାଣିପାଗ ମୁଖ୍ୟ ବୈଜ୍ଞାନିକ ମହେଶ ପାଲାୱତ କହିଛନ୍ତି ଯେ, ଫେବ୍ରୁଆରୀ ୧୬ରୁ ୨୦ ତାରିଖ ମଧ୍ୟରେ ବର୍ଷା ଅଥବା ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି ।

ଏହି ଅଦିନିଆ ବର୍ଷାରେ ଓଡ଼ିଶା ସହ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁ ଆଦ ରାଜ୍ୟ ପ୍ରଭାବିତ ହୋଇପାରେ। ତେବେ, ଏହି ଅଦିନିଆ ବର୍ଷା ପ୍ରାକ୍-ମୌସୁମୀ ବର୍ଷା ନୁହେଁ। କାରଣ ପ୍ରାକ୍-ମୌସୁମୀ ବର୍ଷା ତାପମାତ୍ରା ଏକ ନିର୍ଦ୍ଧାରିତ ସୀମା ଉପରକୁ ଆସିବା ପରେ ହୋଇଥାଏ । ଏବେ କେତେକ ରାଜ୍ୟରେ ପାରଦ ସ୍ୱାଭାବିକ ଠାରୁ ତଳେ ରହିଛି। ପୂର୍ବ ମଧ୍ୟପ୍ରଦେଶ ଓ ଏହାକୁ ଲାଗି ରହିଥିବା ଛତିଶଗଡ଼ ତଥା ବିଦର୍ଭ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଆଉ ଏହା ତେଲଙ୍ଗାନା ଦେଇ ଦକ୍ଷିଣ ତାମିଲନାଡ଼ୁ ଉପରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଭାରତର ଦୁଇ ସମୁଦ୍ର ଆରବ ସାଗର ଓ ବଙ୍ଗୋପସାଗର ଉପକୂଳର ଆଦ୍ରତା ସୃଷ୍ଟି ହୋଇ ପାଣ ପରିବର୍ତ୍ତନ ହୋଇ ବର୍ଷା ହୋଇପାରେ।

Comments are closed.