ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ
ଭୁବନେଶ୍ବର: ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। କଂଗ୍ରେସର ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି। ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଆସନ୍ତା କାଲି ରାଜ୍ୟର ସବୁ ସ୍କୁଲ ମଧ୍ୟ ବନ୍ଦ ରହିବ। ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି। ଆସନ୍ତା ମଙ୍ଗଳବାର ସରସ୍ବତୀ ପୂଜାଥିଲେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଆସନ୍ତାକାଲି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଆସନ୍ତା କାଲି ୭ଟାରୁ ଅପରାହ୍ନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ସମୟରେ କଲେଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଯାତାୟତକୁ ଦୃଷ୍ଟିରେ ରଖି କାଲି ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖାଯାଇଛି।
Comments are closed.