Odisha Link
Bridging the Missing Links in Odisha

ଚଳିତ ବର୍ଷ ଲିଙ୍ଗରାଜରେ ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ବର: ଆସନ୍ତା ମାସ ମାର୍ଚ୍ଚ ୧୧ ତାରିଖରେ ପଡୁଛି ମହାଶିବରାତ୍ରି ଉତ୍ସବ। ଜାଗର ଉତ୍ସବରେ ଲିଙ୍ଗରାଜ ମନ୍ଦିରରେ ରାତ୍ର ୧୦ ଘଟିକାରେ ଉଠିବ ମହାଦୀପ। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଟ୍ରଷ୍ଟବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶ୍ରୀଜୀଉଙ୍କ ଜାଗରଯାତ୍ରା ଓ କେନ୍ଦ୍ର ସରକାରଙ୍କ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ) ଉପନିୟମ ଉପରେ ଆଲୋଚନା ହୋଇଥିଲା।

ଶ୍ରୀଜୀଉଙ୍କ ଜାଗର ଯାତ୍ରା ସୁରୁଖୁରୁରେ ହେବା ନେଇ ବିଏମ୍‌ସି କମସିନରଙ୍କ କୋଭିଡ ମାର୍ଗଦର୍ଶିକା ଅନୁସାରେ ପାଳନ କରିବାକୁ ବୋର୍ଡ ଗୁରୁତ୍ବ ଦେଇଛି। ଜାଗର ଯାତ୍ରାରେ ମହାଦୀପ ରାତି ୧୦ଟାରେ ଉଠିବା ସହ ପୂର୍ବ ବର୍ଷର ନୀତିନିର୍ଘଣ୍ଟ ଅନୁସାରେ ଅନ୍ୟାନ୍ୟ ନୀତି ପାଳନ କରିବାକୁ ବୈଠକରେ ସ୍ଥିର କରାଯାଇଛି।

ଏଥିସହ ପୁରୀ ମନ୍ଦିରରେ ନିୟମ ଅନୁସାରେ ଏକାମ୍ରର ଦୁଇ ମନ୍ଦିର ଉପରୁ ଉପନିୟମ ପ୍ରତ୍ୟାହାର କରାଯାଉ। ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିରର ଯେଉଁ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି ସେଥିରେ ବାଧା ସୃଷ୍ଟି କରାନଯାଉ। ଏହାସହ ଏଏସ୍‌ଆଇ ଏକାମ୍ରର କେଉଁ କେଉଁ ମନ୍ଦିର ମରାମତି ଓ ସୁରକ୍ଷା ପାଇଁ ଆର୍ଥିକ ବଜେଟ ପ୍ରସ୍ତୁତ କରୁଛି ସେ ସମ୍ପର୍କରେ ବୋର୍ଡକୁ ଜଣାଇବାକୁ କୁହାଯାଇଛି।

Comments are closed.