Odisha Link
Bridging the Missing Links in Odisha

ପିହୁ ନିଖୋଜ ମାମଲା, ମରାଗଲା ପୋଷ୍ଟର

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜ ମାମଲା ୬ ମାସ ସମୟ ବିତିଯାଇଥିବା ବେଳେ ପୁଲିସ୍‌କୁ ନିଖୋଜ ପିହୁର କୌଣସି ପତ୍ତା ମିଳିପାରି ନାହିଁ‌। ଏବେ ପୁଲିସ୍‌ ତତ୍ପରତା ଦେଖାଇ ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ ପୋଷ୍ଟର ମଧ୍ୟ ମାରିଛି। ଯେ କେହି ପିହୁ ସମ୍ବର୍କରେ ସୂଚନା ଦେବେ ତାଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ୨ ବର୍ଷର ଶିଶୁ କନ୍ୟା ୬ ମାସ ପୂର୍ବରୁ ନିଖୋଜ ହୋଇଯାଇଛି। ମାତ୍ର ଅଦ୍ୟାବଧି ପୁଲିସ୍‌ ପିହୁ ସମ୍ପର୍କରେ କୌଣସି ସୂଚନା ପାଇପାରି ନାହିଁ। ଅନ୍ୟପକ୍ଷରେ ପିହୁ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ଚେତାବନୀ ଦେବା ପରେ ଆଜି ପୁଲିସ୍‌ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀରେ ଖୋଜାଖୋଜି କରିଛି।

Comments are closed.