Odisha Link
Bridging the Missing Links in Odisha

ପିକ୍ ଅପ୍ ଭ୍ୟାନ ଓଲଟି ୨ ମୃତ, ୨୫ ଗୁରୁତର

ନୂଆପଡା:ପିକ୍ ଅପ୍ ଭ୍ୟାନ ଓଲଟି ୨ ମୃତ ଓ ୨୪ ଗୁରୁତର। ଏହି ମର୍ମନ୍ତୁଦ ଦୁର୍ଘଟଣାଟି କୋମନା ଥାନା ବିଲେଞ୍ଜୋରର ତରବୋଡରେ ଘଟିଛି। କନିଆ ଛାଡି ଫେରିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମ୍ନା କରିବାକୁ ପଡିଛି।

ଦୁର୍ଘଟଣାରେ ୨୪ ଜଣ ଗୁରୁତରଙ୍କ ମଧ୍ୟରୁ ୯ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାୟ ଭର୍ତ୍ତି କରାଯାଇଛି। ଅନ୍ୟମାନେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା କେତେ ଜଣଙ୍କୁ ଛାଡି ଦେଲେ ଅନ୍ୟମାନଙ୍କ ପରିଚୟ ମିଳି ପାରି ନାହିଁ। କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

Comments are closed.