Odisha Link
Bridging the Missing Links in Odisha

ଖେଳୁଥିବା ସମୟରେ ଚଢ଼ି ଗଲା ପିକଅପ୍ ଭ୍ୟାନ, ୨ମୃତ

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ ଓ ଜଣେ ଗୁରୁତର। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି। ଏହି ଘଟଣାଟି ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଘଟିଛି। ଗୁରୁତର ନାବାଳିକାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରାକଶ ଯେ, ମୃତ ନାବାଳିକାଙ୍କ ଘରଲୋକେ ମହୁ ବିକ୍ରି କରି ପରିବାର ଚଳାନ୍ତି। ହେଲେ ଘର ଲୋକେ ବାହାରକୁ ଯାଇଥିବା ବେଳେ ପିଲାମାନେ ଖେଳୁଥିଲେ। ଏକ ବାହାଘର ଶୋଭାଯାତ୍ରା ପାଇଁ ଯାଉଥିବା ପିକ୍‌ଅପ୍ ଭ୍ୟାନ୍ ଚଢିଯାଇଛି ୩ ଶିଶୁଙ୍କ ଉପରକୁ ଚଢ଼ିଯାଇଥିଲା ।

ଘଟଣାସ୍ଥଳରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପାଞ୍ଚ ବର୍ଷ ବୟସର ସୁହାନା କୁମାରୀ ଓ ସାତ ବର୍ଷ ବୟସର ସେହେନା କୁମାରୀ । ୧୨ବର୍ଷର ଶିଶୁ ଲୁସି କୁମାରୀଙ୍କ ଅବସ୍ଥା ଗୁରୁତର ହୋଇଛି ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି। ଦୁର୍ଘଟଣା ପରେ ପିକଅପ ଭ୍ୟାନ୍ ର ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ଟାଉନ ପୁଲିସ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିଛି।

 

 

 

Comments are closed.