Odisha Link
Bridging the Missing Links in Odisha

ନେତାଜୀ ବସ ଟର୍ମିନାଲ ବିରୋଧରେ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ: କଟକ ନେତାଜୀ ବସ୍ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏନେଇ କୋର୍ଟରେ ଯୁକ୍ତି ରଖିଛନ୍ତି। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି।

ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର କରିଛନ୍ତି ହାଇକୋର୍ଟ। ଗତ ୨ ତାରିଖରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ। ଟର୍ମିନାଲକୁ ନେଇ ୩ଟି ମାମଲା ଦାୟର ହୋଇଥିଲା। ସେଥିରୁ ୨ଟି ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଛନ୍ତି।

ଶ୍ମଶାନ କାଳୀ ମନ୍ଦିର ପୀଠ ବ୍ୟତିତ ବାକି ଜମି ଉପରୁ ସ୍ଥିତବସ୍ଥା ଉଠିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭କୁ ଘୁଞ୍ଚିଛି। ତେବେ ଆବେଦନକାରୀଙ୍କ ମତରେ ବସ୍ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ। ବିଭିନ୍ନ ସମସ୍ୟା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଆବେଦନକାରୀ ।

Comments are closed.