Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ମୃତକଙ୍କ ପରିଚୟ ଅସ୍ପଷ୍ଟ

କରଞ୍ଜିଆ: ଅଜଣା ଗାଡ଼ି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ। ଏହି ଦୁର୍ଘଟଣାଟି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଘଟିଛି।

ଦୁର୍ଘଟଣା ବିଷୟରେ କେହି ଜାଣି ପାରି ନଥିଲେ। ସେହି ରାସ୍ତା ଦେଇ କିଛି ଗ୍ରାମବାସୀ ଯାଉଥିବା ବେଳେ ମୃତ୍ୟୁ ଦେହ ଖିନଭିନହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି କାରଣରୁ ମୃତକଙ୍କର ପରିଚୟ ମିଳିବା ବି ସମ୍ଭବ ହୋଇପାରିନି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.