Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ଚାର୍ଜସିଟ୍‌ ଦାଖଲା କଲା SIT

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି‌। ଆଜି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି। ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଜୁଭିନାଲ୍ ଜଷ୍ଟିସ୍ ବୋର୍ଡରେ ଥିବା ମାମଲାକୁ ଚିଲ୍‌ଡେନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା। ପରେ ଅଭିଯୁକ୍ତଙ୍କ ଓକିଲଙ୍କ ବଳିଷ୍ଠ ପ୍ରମାଣ ପରେ ସେ ନାବାଳକ ବୋଲି ପ୍ରମାଣିତ ହୋଇଥିଲା॥

ଖେଳୁଥିବା ସମୟରେ ପରୀକୁ ଅପହରଣ କରାଯାଇଥିବା ବେଳେ କିଛି ଦିନ ପରେ ପରୀର ମୃତ ଦେହ ଉଦ୍ଧାର କରାଯାଇଥିଲା। ପରୀର ଅଙ୍ଗ କାଢି ନିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ହତ୍ୟାକାରୀକୁ ଧରିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ପରିବାର ଲୋକେ ଶେଷରେ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ SIT ମୁଖ୍ୟ ଅରୁଣ ବୋଥ୍ରା ପଡୋଶୀ ଜଣେ ନାବାଳକଙ୍କୁ ଦୋଷୀ ବୋଲି କହିଥିଲେ।

Comments are closed.