ପ୍ରବଚନ ଦେଇପାରିବେ ସାରଥି : ହାଇକୋର୍ଟ

କଟକ: ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି। ସାରଥିଙ୍କୁ ପ୍ରବଚନ ଅନୁମତି ଦେଲେ ହାଇକୋର୍ଟ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ ସାରଥୀ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ରହିଛି।ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଥିଲା।
ପ୍ରକାଶ ଯେ, ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା। ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ଚର୍ଚ୍ଚାକୁ ଆସିଥିଲେ। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ ଗିରଫ କରାଯାଇଥିଲା। କେନ୍ଦ୍ରାପଡ଼ା ଆଶ୍ରମ ଅନ୍ତେବାସୀ ମାଆ ଝିଅ ଓ ଜଣେ ଡାକ୍ତରୀ ଛାତ୍ରୀଙ୍କ ପକ୍ଷରୁ ସାରଥିଙ୍କ ବିରୋଧରେ ସେତେବେଳେ ୩ଟି ମାମଲା ଦାୟର ହୋଇଥିଲା।
Comments are closed.