ଆତ୍ମସମର୍ପଣ ପରେ ଆତ୍ମହତ୍ୟା କଲେ ମହିଳା ମାଓବାଦୀ, କାରଣ ଅସ୍ପଷ୍ଟ

ମାଲକାନଗିରି : ଆତ୍ମସମର୍ପଣ ପରେ ଆତ୍ମହତ୍ୟା କଲେ ମହିଳା ମାଓବାଦୀ। ଏହି ଅଭାବନୀୟ ଘଟଣାଟି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲାରେ ଘଟିଛି । ମୃତକ ମହିଳା ହେଲେ ପାଣ୍ଡେ କବାସି। ମଙ୍ଗଳବାର ରାତିରେ ସେ ବାଥରୁମରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।
ପ୍ରକାଶ ଯେ, ଗତ ୧୯ ଫେବୃଆରୀରେ ସିଏନଏନ ସଦସ୍ୟ ପାଣ୍ଡେ କବାସି ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ସେ ମାଓବାଦୀଙ୍କ ବିଚାରଧାରାରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା କହିଥିଲେ।
ପରେ ତାଙ୍କୁ ମହିଳା ଡିଆରଜି ଗେଷ୍ଟ ହାଉସ୍ କର୍ଲି ସାନ୍ତିକୁଞ୍ଜରେ ରଖାଯାଇଥିଲା। ସେଠାରେ ସେ ଆତ୍ମହତ୍ୟା କରିଥିଲେ । କିନ୍ତୁ ଅତ୍ମହତ୍ୟାର କାରଣ ଜଣା ପଡ଼ି ନାହିଁ।