ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍ ଉପାଧ୍ୟକ୍ଷ

ବଲାଙ୍ଗିର: ପୁଣି ଥରେ ଗିରଫ ହେଲେ ବ୍ଲକ୍ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି। ପୁଇଁନ୍ତଲା ବ୍ଲକର ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ ମାରିବା କାରଣରୁ ତାଙ୍କୁ ପୁଲିସ ଗିରଫ କରିଛି।
ସନ୍ତୋଷ ବ୍ଲକ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନିଜେ ଯନ୍ତ୍ରୀ ମଧ୍ୟ ଏ ନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରାକଶ ଯେ, ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବି.ଡି.ଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇଥିଲେ। ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ଼ ମାରିଥିବାରୁ ପୁଣି ଥରେ ପୁଇଁନ୍ତଲା ପୁଲିସ୍ ତାଙ୍କୁ ଗିରଫ କରିଛି।