ଶନି ମନ୍ଦିରରୁ ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ୍

ନୀଳଗିରି: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଲୁଟେରା । ଏହି ନିନ୍ଦନୀୟ ଘଟଣାଟି ନୀଳଗିରି ଥାନା ଖଡିପଦା ଗାଁର ଶନିମନ୍ଦିରରେ ଘଟିଛି।
ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ପରେ ପୂଜକ ଚାବି ଦେଇ ଯାଇଥିଲେ। ଆଜି ସକାଳୁ ଗ୍ରାମବାସୀ ତାଲା ଭଙ୍ଗାଥିବା ଦେଖିବାକୁ ପାଇଥିଲେ। ଲୁଟେରା ମାନେ ମନ୍ଦିର ଭିତରେ ଠାକୁରଙ୍କ କେଜିଏରୁ ଉର୍ଦ୍ଧ ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟି ନେଇଛନ୍ତି।