୬ମାଓ କ୍ୟାମ୍ପ ଠାବ କଲେ ଡିଆର୍ ଜି ଯବାନ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ଡି ଆର୍ ଜି ଯବାନ ଆହତ ହୋଇଛନ୍ତି। ଏହି ଅପରେସନ ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ହୋଇଛି।
ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରିବା ସହ ସମ୍ପୂର୍ଣ୍ଣ ଧ୍ବଂସ କରିବା ସହ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଥିଲେ ଡିଆର୍ ଜି ଯବାନ।
ପ୍ରକାଶ ଯେ, ଦୁଇ ଦିନ ତଳେ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ଦୁଇଜଣ ଡି ଆର୍ ଜି ଏବଂ ଆଇ ଟି ବି ପି ଯବାନ ସହିଦ ହୋଇଥିଲେ।
ଜଣେ ସି ଏ ଏଫ୍ ଯବାନ ମଧ୍ୟ ଗୁରୁତର ହୋଇଥିଲେ। ଯାହାକୁ ନେଇ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଟ୍ବିଟ୍ ମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ।