Odisha Link
Bridging the Missing Links in Odisha

କଟକର ସିଏମସି ‌ବିକାଶ ଭବନରେ ଅଗ୍ନିକାଣ୍ଡ

କଟକ: କଟକର ସିଏମସି ‌ ବିକାଶ ଭବନରେ ଥିବା ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶ୍ରମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।

ତେବେ‌ ଏହି ନିଆଁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରୁ ବ୍ୟାପିଥିବା ସୂଚନା ମିଳିଛି। ପ୍ରକାଶ ଯେ, ସିଏମସି ବିକାଶ ଭବନ ‌ଷ୍ଟୋର ରୁମରେ ଅଗ୍ନିକାଣ୍ତ ଘଟିଛି।

ବିକାଶ ଭବନ ପଛ ପଟେ ଥିବା ଅଳିଆଗଦାରେ ନିଆଁ ଲଗାଇ ଅଳିଆ ପୋଡ଼ା ଯାଉଥିବା ସମୟରେ ଏହି ନିଆଁ ବିକାଶ ଭବନ ‌‌ଷ୍ଟୋର ରୁମକୁ ବ୍ୟାପି ସେଠାରେ ନିଆଁ ଲାଗିଛି।

ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଷ୍ଟୋର ରୁମରେ ସମସ୍ତ ବିଦ୍ୟୁତ ସାମଗ୍ରୀ ରହିଥିବାରୁ ନିଆଁ ଲାଗି ବହୁ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି।

Comments are closed.