Odisha Link
Bridging the Missing Links in Odisha

ଲୁଟ୍ କରି ଗିରଫ ହେଲେ ୩ ହୋମଗାର୍ଡ

କଟକ : ଲୁଟ୍ କରି ଗିରଫ ହେଲେ ୩ ହୋମଗାର୍ଡ। ଜଣେ ବ୍ୟଙ୍କ ପାଖରେ ଅଧିକ ଥିବା ଦେଖି ଲୁଟେରା ସାଜିଲେ ସୁରକ୍ଷାକର୍ମୀ। ଏହି ଘଟଣାଟି କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଘଟିଛି ।

ପ୍ରକାଶ ଯେ, ଦୁଇ ଦିନ ତଳେ ଜଣେ ବ୍ୟକ୍ତି ରାତିରେ ମେଡିକାଲ ଯାଉଥିବା ସମୟରେ କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଡ୍ୟୁଟି କରୁଥିବା ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ଜଣ ହୋମଗାର୍ଡ ତାଙ୍କୁ ଅଟକାଇଥିଲେ। କାହିଁକି ମାସ୍କ ପିନ୍ଧିନ ବୋଲି ପଚାରିଥିଲେ ଏବଂ ୫୦୦ ଟଙ୍କା ନେଇଥିଲେ।

ଏହାପରେ ବ୍ୟକ୍ତିଙ୍କ ପାଖରେ ଅଧିକ ଟଙ୍କା ଥିବା ଜାଣି ପାରି ତାଙ୍କ ପାଖରେ ଥିବା ୨୫ ହଜାର ଟଙ୍କା ଛଡାଇ ନେଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏନେଇ ବାଦାମବାଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ହୋମଗାର୍ଡ ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.