Odisha Link
Bridging the Missing Links in Odisha

ସାପ କାମୁଡାର ୪ମାସ ପରେ ଯୁବକ ମୃତ

ଜଳେଶ୍ବର: ସାପ କାମୁଡାରେ ଜଣେ ଯୁବକ ୪ ମାସପରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଇକଡା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ । ସାପ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି।

ପ୍ରକାଶ ଯେ, ଗତ ଅକ୍ଟୋବର ମାସରେ ମର୍ନିଂ ୱାକରେ ଯାଉଥିବା ବେଳେ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଜ୍ୟୋତିପ୍ରକାଶ ଡାକ୍ତରଖାନରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେବେ ବୁଧବାର ରାତିରେ ତାଙ୍କର ଦେହ ଅତ୍ୟନ୍ତ ଖରାପ ହେବାରୁ ଘରଲୋକ ତାଙ୍କୁ ଜଳେଶ୍ବର ଡାକ୍ତରଖାନାକୁ ନେଇଆସିଥିଲେ । ଡାକ୍ତରଖାନରେ ଚିକିତ୍ସିତ ଅବସ୍ଥାରେ ରାତି ୧୦ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.