Odisha Link
Bridging the Missing Links in Odisha

ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଚାଲିଗଲା ପୁଅର ଜୀବନ

ବୌଦ୍ଧ: ବାପା ପଛେପଛେ ଚାଲିଗଲା ପୁଅ। ପୁରୀରୁ ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଚାଲିଗଲା ପୁଅର ଜୀବନ । ଏହି ଅଭାବନୀୟ ଘଟଣାଟିବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠାରେ ଘଟିଛି।

ମୃତକ ହେଲେ ସୁବର୍ଣ୍ଣପୁର ତରଭା ଅଞ୍ଚଳରଅରୁଣ ମେହେର। ପ୍ରକାଶ ଯେ, ଅରୁଣପୁରୀ ସ୍ବର୍ଗଦ୍ବାରରେ ନିଜ ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ରାସ୍ତାରେ ଠିଆ ହୋଇଥିବା ଏକ ଜେସିବି ବୋଝେଇ ଟ୍ରକକୁ ଧକ୍କା ଦେଲା କାର୍।

ଫଳରେ ଘଟଣାସ୍ଥଳରେ ଅରୁଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପୁରୁଣାକଟକ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Comments are closed.