Odisha Link
Bridging the Missing Links in Odisha

ଶିମିଳିପାଳ ସମେତ ରାଜ୍ୟର ୩୦୦ ଜଙ୍ଗଲରେ ଲାଗିଛି ନିଆଁ

ଭୁବନେଶ୍ୱର: ଶିମିଳିପାଳ ସହ ରାଜ୍ୟର ୩୦୦ ଜଙ୍ଗଲରେ ଲାଗିଛି ନିଆଁ।ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ଜଳୁଛି ଶିମିଳିପାଳ ଅଭୟାରଣ୍ୟ।ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଛି। ନଣ୍ଡିଆ ପର୍ବତ ଶିଖରରୁ ଆରମ୍ଭ ହୋଇଥିବା ନିଆଁ ଏବେ ବହୁ ଅଞ୍ଚଳରେ ବ୍ୟାପି ଗଲାଣି।

ଅଭୟରଣ୍ୟରେ ଥିବା ହରିଣ, ହାତୀ, ଭାଲୁ, ଶମ୍ବର ଓ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଜଙ୍ଗଲ ନିକଟରେ ଥିବା ୨୦ରୁ ଅଧିକ ଗାଁରେ ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ କୁଳଡିହା ବନ କର୍ମଚାରୀ, ସବୁଜ ବାହିନୀ, ଦମକଳ ବାହିନୀ ସହ ଗାଁ ଲୋକମାନେ ଉଦ୍ୟମ କରୁଛନ୍ତି।ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି ରହିଛି।

୬୦ରୁ ଅଧିକ ବନ ବିଭାଗ କର୍ମଚାରୀ ଓ ଗାଁ ଲୋକେ ନିଆଁ ଲିଭାଇବାରେ ଲାଗିଛନ୍ତି। ବ୍ଲୋଅର ମାଧ୍ୟମରେ ନିଆଁ ଲିଭା ଚାଲିଛି। ପ୍ରଥମେ ଶୁଖିଲା ପତ୍ରକୁ ଅଲଗା କରାଯାଇ ନିଆଁ ଲିଭା ଯାଉଛି।

ଏହାସହ ଚଳିତ ବର୍ଷ ଜଙ୍ଗଲ ନିଆଁ ଭଳି ଘଟଣା ଏଡ଼ାଇବା ଲାଗି ଅଭୟାରଣ୍ୟର ୩ଟି ରେଞ୍ଜରେ ୬୦ ଜଣ ଫାୟାର ଓ୍ୱାଚ୍‌ମ୍ୟାନ୍‌, ୩୦ ଜଣ ଦିନ ମଜୁରିଆ, ସ୍ଥାନୀୟ ବାସିନ୍ଦା, ୧୬ ଜଣ ଫରେଷ୍ଟ ଗାର୍ଡ, ୮ ଜଣ ଫରେଷ୍ଟର, ୩ ଜଣ ରେଞ୍ଜର ଓ ଡିଏଫ୍ଓଙ୍କୁ ନେଇ କମିଟି ଗଠନ କରାଯାଇଛି।

ଏହାସହ ଫାୟାର କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି। ନିଆଁ ଲାଗିବା ନେଇ କଣ୍ଟ୍ରୋଲ ରୁମ୍‌କୁ ଖବର ଆସିବା କ୍ଷଣି ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଯାଉଛି।

ତିନିକୋଶିଆ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଥିଲେ। ସେହିପରି ଅପରାହ୍ଣ ୫ଟା ସମୟରେ ଖଣ୍ଡଗିରି ପାହାଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିଲା। ଏହାପରେ ଧୀରେଧୀରେ ଜଙ୍ଗଲର ୫ ଏକର ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା।

Comments are closed.