Odisha Link
Bridging the Missing Links in Odisha

ଅନଲାଇନରେ ଟଙ୍କା କାରବାର କରି ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର : ଅନଲାଇନରେ ଟଙ୍କା କାରବାର କରି ଗ୍ରାହକ ହନ୍ତସନ୍ତ। ଟଙ୍କା ଉଠାଇଲେ କିମ୍ବା ଡିପୋଜିଟ କଲେ ଫୋନକୁ ଆସୁନି ଓଟିପି। ଏହି ସମସ୍ୟା ଗତକାଲି ଠାରୁ ଦେଖାଦେଇଛି।

ନୂତନ ଗାଇଡଲାଇନ ଅନୁଯାୟୀ, କମ୍ପାନୀ, ବ୍ୟାଙ୍କ, ସରକାରୀ ଏଜେନ୍ସି ଓ ଟେଲିମାର୍କେଟି କମ୍ପାନୀଗୁଡ଼ିକ ଟେଲିକମ୍ ଅପରେଟରଙ୍କ ସହ ଲିଙ୍କ୍ କରିବେ।

ଏଥିସହ ଗ୍ରାହକମାନଙ୍କ ପାଖକୁ ମେସେଜ ପଠାଇବା ପାଇଁ ପଂଜୀକରଣ କରିବେ। ଏହି ନିୟମ ବର୍ତ୍ତମାନ କଡ଼ାକଡ଼ି ଭାବେ ଲାଗୁ ହେଉଥିବାରୁ, SMS ଆସୁନହିଁ। ଫଳରେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।