Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା: ଅଟୋ ଚାଳକ ମୃତ

କୋରାପୁଟ : ସଦରଥାନା ଅନ୍ତର୍ଗତ ରାଣିଗଡ ରାସ୍ତା କମରାଗୁଡା ନିକଟରେ ଆଜି ସକାଳୁ ଏକ ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୋରାପୁଟ ସଦରଥାନା ଅନ୍ତର୍ଗତ ବାଲିପେଟାଗୁଡାର ଭଗବାନ ପୁଜାରୀ ।

ପ୍ରକାଶ ଯେ, ଭଗବାନ ପୁଜାରୀ ଗ୍ରାମରୁ କୋରାପୁଟ ଅଟୋ ଧରି ଆସୁଥିଲେ। କମରାଗୁଡା ନିକଟରେ ଭଗବାନ ପୁଜାରୀଙ୍କ ଅଟୋକୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି।

ସଦର ପୁଲିସ ମୃତ ଦେହ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ିଟି ଚମ୍ପଟ ମାରିଥିଲା।

Comments are closed.