Odisha Link
Bridging the Missing Links in Odisha

ଆଜି ମୈତ୍ରୀ ସେତୁ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି। ଏହି ସେତୁଟି ପ୍ରାୟ ୧ଦଶମିକ ୯ କିଲୋମିଟର ଦୀର୍ଘ । ଏହା ଭାରତର ସବ୍ରୁମ୍‍ ସହିତ ବାଙ୍ଗଲାଦେଶର ରାମଗଡ଼କୁ ସଂଯୋଗ କରୁଛି।

ପ୍ରଧାନମନ୍ତ୍ରୀ ସବ୍ରୁମ୍‍ଠାରେ ଏକ ସମନ୍ୱିତ ଚେକ୍‍ପୋଷ୍ଟ ପାଇଁ ଶିଳାନ୍ୟାସ କରିବେ। ଏହା ଦୁଇଦେଶ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନକୁ ସହଜ କରିବ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ନୂଆ ବଜାର ସୃଷ୍ଟି କରିବ ଏବଂ ବାଙ୍ଗଲାଦେଶ ଓ ଭାରତ ମଧ୍ୟରେ ବାଧାମୁକ୍ତ ଯାତ୍ରୀ ପରିବହନ ସୁନିଶ୍ଚିତ ହୋଇପାରିବ।

ଏହି ପ୍ରକଳ୍ପ ୨୩୨ କୋଟି ଟଙ୍କା ବ୍ୟୟରେ ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ ଦ୍ୱାରା ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ କୈଲାସହରରେ ଉନ୍ନାକୋଟି ଜିଲ୍ଲା ମୁଖ୍ୟାଳୟକୁ ଖୋବାଇ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ୨୦୮ ନମ୍ବର ଜାତୀୟ ରାଜପଥର ଶିଳାନ୍ୟାସ କରିବେ। ଏହା ୪୪ ନମ୍ବର ଜାତୀୟ ରାଜପଥ ପାଇଁ ଏକ ବିକଳ୍ପମାର୍ଗ ହେବ।

୧୭୮ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହିତ ୮୦ କିଲୋମିଟର ଦୀର୍ଘ ଏନ୍‍.ଏଚ୍‍.-୨୦୮ ପ୍ରକଳ୍ପକୁ ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ନିର୍ମାଣ କରିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୬୩ଦଶମିକ୍‍ ୭/୫ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ଜିଲ୍ଲା ସଡ଼କ ଗୁଡ଼ିକୁ ଉଦ୍‍ଘାଟନ କରିବେ।

ଏହାଦ୍ୱାରା ତ୍ରିପୁରାର ଲୋକମାନଙ୍କୁ ସବୁଦିନିଆ ସଡ଼କ ଯୋଗାଯୋଗର ସୁବିଧା ମିଳିବ। ପ୍ରଧାନମନ୍ତ୍ରୀ ୮୧୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦରେ ନିର୍ମାଣ ହୋଇଥିବା ୪୦ହଜାର ୯୭୮ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ବାସଗୃହର ଉଦ୍‍ଘାଟନ କରିବେ। ସେ ମଧ୍ୟ ଅଗରତାଲା ସ୍ମାର୍ଟ୍‍ସିଟି ମିଶନ୍‍ ଅଧୀନରେ ନିର୍ମିତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉଦ୍‍ଘାଟନ କରିବେ।

Comments are closed.