Odisha Link
Bridging the Missing Links in Odisha

ଲିଙ୍ଗରାଜରେ ଜାଗର ପ୍ରସ୍ତୁତି, କାଲିଠୁ ସେବାୟତ ଓ ପୁଲିସଙ୍କର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ମହାପ୍ରଭୁଙ୍କର ଜାଗର ଯାତ୍ରା। ଜାଗର ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜାଗର ଯାତ୍ରାରେ ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ। ଆସନ୍ତା କାଲିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ।

ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମହାଶିବରାତ୍ରି ଦିନ ୧୨ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଉପରେ ବାରଣ କରାଯାଇଛି।

ସିଂହଦ୍ବାରଠାରୁ ଗର୍ଭଗୃହ ଓ ସାହାଣମେଳା ଦର୍ଶନ ମନା ରହିଛ । ଭଜନ ସମାରୋହରେ ସର୍ବାଧିକ ୫୦୦ ଲୋକ ବସିପାରିବେ। ତେବେ ସମାରୋହ ବେଳେ କୋଭିଡ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ କରାଯାଇଛି। ସମାରୋହସ୍ଥଳ ଚାରିପାଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comments are closed.