ଚୋର ସନ୍ଦେହରେ ୨ ଯୁବକଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ଚୋର ସନ୍ଦେହରେ ୨ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାମବାସୀ। ମୃତ ଯୁବକ ଦୁଇଜଣ ଲୋକେଶ ଓ ଭୈୟା ବୋଲି ଜଣାପଡ଼ିଛି। ଏହି ଘଟଣାଟି ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ବିଜେଆରଏମ ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିବା ଜଣାପଡ଼ିଛି ।