Odisha Link
Bridging the Missing Links in Odisha

ଟିଫିନ୍ ବୋମା ଉଦ୍ଧାର କଲେ ସିଆରପିଏଫ ଯବାନ

ଜୟପୁର : ଟିଫିନ୍ ବୋମା ଉଦ୍ଧାର କଲେ ବିଏସଏଫ ଯବାନ। ଏହି ଟିଫିନ ବୋମା ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା । ପ୍ରକାଶ ଯେ, ମଙ୍ଗଳବାର କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ରାମଗିରିଠାରେ ଥିବା ବିଏସଏଫର (ବି) ୧୫୧ ବାଟାଲିୟନକୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲର ଗୋଟିଏ ଗଛ ମୂଳରେ ଗୋଟିଏ ଥଣ୍ଡା ପାନୀୟ କାର୍ଟୁନ ସନ୍ଦେହଜନକ ଅବସ୍ଥାରେ ପଡ଼ିରହିଛି।

ସୂଚନା ପାଇବା ପରେ ବିଏସଏଫ ଯବାନ ଏବଂ ରାମଗିରି ପୋଲିସ ମିଳିତ ଭାବେ ଜଙ୍ଗଲ ଭିତରକୁ କମ୍ବିଂରେ ବାହାରିଥିଲେ ଯବାନ। ସେହି ଗଛ ମୂଳରେ ଥଣ୍ଡା ପାନୀୟର ଗୋଟିଏ କାର୍ଟୁନ୍ ରହିଥିବା ଦେଖିବା ପରେ ନିଜ ସାଥିରେ ନେଇଥିବା ସନ୍ଧାନୀ କୁକୁରକୁ ଛାଡି ଦେଇଥିଲେ । ସନ୍ଧାନୀ କୁକୁରଟି ଗଛ ମୂଳକୁ ଯାଇ ଥଣ୍ଡା ପାନୀୟ କାର୍ଟୁନ୍ କୁ ନଛୁଇଁ ନିଜ ଗୋଡ଼ ସାହାଯ୍ୟରେ ମାଟି ଖୋଳିବା ଆରମ୍ଭ କରିଥିଲା।

ପରେ ଯବାନମାନେ ସତର୍କତାର ସହ ମାଟି ତଳେ ପୋତା ହୋଇଥିବା ଏକ ଟିଫିନ୍ ବୋମା ଉଦ୍ଧାର କରିଥିଲେ । ଉକ୍ତ ଟିଫିନ୍ ବୋମାକୁ ଦୂରକୁ ନେଇ ଫୋପାଡ଼ି ଦେବାରୁ ବିସ୍ଫୋରଣ ଘଟିଥିଲା ।

ରାମଗିରି ସ୍ଥିତ ବିଏସଏଫ ଯବାନମାନେ ପ୍ରାୟତଃ ଜଙ୍ଗଲ ଭିତରକୁ କମ୍ବିଂ ପାଇଁ ଯାଉଥିବାରୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଟିଫିନ୍ ବୋମା ଖଞ୍ଜା ଯାଇଥିବା ଜଣାପଡିଛି । ଏହି ଅପରେସନରେ ରାମଗିରି ଫାଣ୍ଡି ଅଧିକାରୀ ପି.କେ. ନିଶିକା, ଏଏସ୍ଆଇ ଏସ୍.କେ. ପାଣିଗ୍ରାହୀ ଏବଂ କନେଷ୍ଟବଳ ଅନିରୁଦ୍ଧ ବିଶୋୟୀ ଅଂଶଗ୍ରହଣ କରିଥିଲେ ।

Comments are closed.