ଓଜେଏସ ପରୀକ୍ଷାରେ ଇର୍ସିତା କେସରଓ୍ୱାନି ଟପ୍ପର

ଭୁବନେଶ୍ୱର: ୨୦୧୯ ଓଜେଏସ ପରୀକ୍ଷା ଫଳ ପ୍ରକାଶ କରିଛି ଓଡିଶା ଲୋକସେବା ଆୟୋଗ। ଏହି ପରୀକ୍ଷା ପାଇଁ ୪୭ ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ୩୦ ଜଣ ମହିଳା ଅଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗଡପୋଷର ଇରସୀତା କେଶରଓ୍ବାନୀ ଟପ୍ପର ହୋଇଛନ୍ତି।
ସେହିପରି ତାଲିକାର ଦ୍ୱିତୀୟରେ ରହିଛନ୍ତି ସମ୍ବେଦନା ସନ୍ଦୀପ, ତୃତୀୟରେ ରହିଛନ୍ତି କୃଷ୍ଣା ମିଶ୍ର, ଚତୁର୍ଥରେ ଅଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟେଲ, ପଞ୍ଚମରେ ଶୁଭଜିତ୍ ବେହେରା, ଷଷ୍ଠରେ ଅଛନ୍ତି ଆଦର୍ଶ କୁମାର ବେହେରା, ସପ୍ତମରେ ଦେବନ ସତ୍ୟଦର୍ଶୀ ନନ୍ଦ, ଅଷ୍ଟମରେ ଅଭିନନ୍ଦନ ରାୟ, ନବମରେ ଶ୍ୱେତା ଦାଶ ଏବଂ ଦଶମରେ ରହିଛନ୍ତି ଶର୍ମିଷ୍ଠା ପାଢ଼ୀ ।
ପ୍ରାଥମିକ ପରୀକ୍ଷା ପାଇଁ ୨୦୧୯ ନଭେମ୍ବର ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୦ ଫେବ୍ରୁଆରୀ ୨ରେ ପରୀକ୍ଷା ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ୭୩୭ ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ବସିଥିଲେ ।
ମୁଖ୍ୟ ପରୀକ୍ଷାରେ ୧୨୭ ଜଣ କୃତକାର୍ଯ୍ୟ ହୋଇ ମୌଖିକ ପରୀକ୍ଷା ଦେଇଥିଲେ । ଚୂଡ଼ାନ୍ତ ମୌଖିକ ପରୀକ୍ଷାରେ ୪୭ ଜଣ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ କମିସନ ସୁପାରିସ୍ କରିଛନ୍ତି ।
Comments are closed.