Odisha Link
Bridging the Missing Links in Odisha

ଗୋଆରେ ବିବାହ କରିବେ ବୁମରା, କାହା ହାତ ଧରିବେ ଜାଣନ୍ତୁ…

ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମରା। ହେଲେ ବୁମରା କାହା ହାତ ଧରିବେ ସେ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ଗୋଆରେ ମାର୍ଚ୍ଚ ୧୪-୧୫ରେ ବୁମରା ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗାନେସାନଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି। ଏନେଇ ସ୍ପୋର୍ଟସ୍‌କିଡା ସୂଚନା ଦେଇଛି।

ଏହି ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିବେ। କରୋନା କଟକଣା ଯୋଗୁ ବୁମ୍ରା କାହାକୁ ବି ବିବାହ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିନାହାନ୍ତି। ବୁମ୍ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ଛୁଟି ନେଇଥିଲେ। ସେହିପରି ବିସିସିଆଇ ତାଙ୍କୁ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟି-୨୦ ସିରିଜରେ ବିଶ୍ରାମ ଦେଇଛି।

ସୂଚନାଥାଉକି, ବିଭିନ୍ନ ଗଣମାଧ୍ୟମରେ ବୁମ୍ରା ଓ ସଞ୍ଜନାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲେ ହେଁ ଉଭୟ ଏଯାଏ ନିରବତା ଅବଲମ୍ବନ କରିଛନ୍ତି। ସଞ୍ଜନା ହେଉଛନ୍ତି ସ୍ପୋର୍ଟସ ଆଙ୍କର।

Comments are closed.