Odisha Link
Bridging the Missing Links in Odisha

୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ

ମୋହନା : ଗଜପତି ଜିଲ୍ଲା ମୋହନା ଥାନାର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଚଢାଉ କରି ୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଏହାର ଅନୁମାନିକ ମୂଲ୍ୟ ୧ କୋଟି ୭୬ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କଣ୍ଟେନର ଡ୍ରାଇଭରକୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶର ସୁନୀଲ କୁମାର। ତେବେ କଣ୍ଟେନର ମାଲିକ ଏହି ଘଟଣାରେ ସଂପୃକ୍ତ ଥିବା ବେଳେ, ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

କମଳାପୁର ଛକରେ ମୋହନା ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ କଣ୍ଟେନରକୁ ଯାଞ୍ଚ କରିବା ପରେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଗଞ୍ଜେଇ ରାୟଗଡା ଜିଲ୍ଲାରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ।

Comments are closed.