Odisha Link
Bridging the Missing Links in Odisha

ଫେସ୍‌ବୁକ୍‌ ପୋଷ୍ଟ ଭାଇରାଲ ପରେ ମୁହଁ ଖୋଲିଲେ ସମ୍ବଲପୁର ସାଂସଦ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର। ଟିକେଟ୍‌ କଟିବାର ଦୀର୍ଘଦିନର ନିରବତା ପରେ ମୁହଁ ଖୋଲିଛନ୍ତି ସମ୍ବଲପୁର ସାଂସଦ ତଥା ବିଜେପି ନେତା ନିତେଶ ଗଙ୍ଗଦେବ। ସେ ପୁଣି ସୋସିଆଲ ମିଡିଆ ପୋଷ୍ଟ ପାଇଁ। ଗତକାଲି ରାତିରେ ଏକ ଫେସବୁକ ପୋଷ୍ଟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ନିତେଶ ଗଙ୍ଗଦେବ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଗତକାଲି ରାତିରେ ଏକ ଫେସବୁକ୍‌ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିତେଶ ଗଙ୍ଗଦେବ ନାମକୁ ଏକ ଫେସବୁକ ଆଇଡିରେ ଉଲ୍ଲେଖ ଥିଲା ଯେ ମୋର ଅସୁସ୍ଥତା କାରଣରୁ ମୁଁ କିଛିଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଆପଣ ଆମର ବାମଣ୍ଡା ରାଜପରିବାରର ରାଣୀ ଓ ମୋର ଧର୍ମପତ୍ନୀ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ସହଯୋଗ ଓ ଆର୍ଶୀବାଦ ଦେବେ ବୋଲି ମୋର ଆଶା ଓ କାମନା କରୁଛି।

ଭାଇରାଲ ହେଉଥିବା ପୋଷ୍ଟରେ ବିଜେପି କଥା ଉଲ୍ଲେଖ ହୋଇନଥିଲେ ବି ‘ପ୍ରାଥମିକ ସଦସ୍ୟତା’ ଲେଖାଥିବାରୁ ଲୋକେ ବିଜେପିରୁ ନିତେଶ ଗଙ୍ଗଦେବ ଇସ୍ତଫା ଦେଇଥିବା ପ୍ରଚାର ହୋଇଯାଇଥିଲା। ଏ ସଂକ୍ରାନ୍ତରେ ନିତେଶଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ଫେସ୍‌ବୁକ୍‌ ବ୍ୟବହାର କରେନାହିଁ, ମୁଁ କେବଳ ହ୍ବାଟସ୍ ଆପ୍ ବ୍ୟବହାର କରେ। ମୁଁ ବିଜେପିରେ ଅଛି ଓ ଇସ୍ତଫା ଦେଇନାହିଁ।