Odisha Link
Bridging the Missing Links in Odisha

ଭୀମସାରରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ବୁର୍ଲା: ପୁଣି ଥରେ ଅଶାନ୍ତ ଭୀମସାର। ଗତକାଲି ବିଳମ୍ବିତ ରାତିରେ ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠିର ଦୁଇ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଞ୍ଚଳର ଦୁଇଜଣ ଯୁବକ ନେତାଜୀ ଛକ ଠାରେ ଠିଆ ହୋଇଥିବା ସମୟରେ ସ୍ଥାନୀୟ ବିଷ୍ଣୁମନ୍ଦିର ପଡାର କିଛି ଯୁବକଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା।

ବିଷ୍ଣୁମନ୍ଦିର ପଡାର ଏକାଧିକ ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଏନେଇ ଖବର ପାଇ ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Comments are closed.