Odisha Link
Bridging the Missing Links in Odisha

ପଦାର୍ପଣ ମ୍ୟାଚରେ ଇତିହାସ ରଚିବା ସହ ହୃଦୟ ଜିଣିଲେ ଇଶାନ, ମ୍ୟାଚ୍‌ ପରେ କହିଲେ ଏହି କଥା

ଅହମ୍ମଦାବାଦ: ଦ୍ବିତୀୟ ଟି-୨୦ରେ ଇଂଲଣ୍ଡ ଦଳକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ବିରାଟ-ଇଶାନଙ୍କ ଧୂଆଁଦାର ଇନିଂସ୍‌ ବଳରେ ସହଜରେ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ଭାରତୀୟ ଦଳରେ ପଦାର୍ପଣ କରି ଇଶାନ ଖେଳିଛନ୍ତି ଦମଦାର ଇନିଂସ୍। ଯାହାଫଳରେ ପ୍ରଥମ ପଦାର୍ପଣ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଟିମ୍‌ ଇଣ୍ଡିଆର ବିଜୟ ପରେ ଏବେ ଏହି ବାମହାତୀ ଯୁବ ଓପନର ବ୍ୟାଟସମ୍ୟାନଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା।

୨୨ ବର୍ଷିୟ ଯୁବ ଷ୍ଟାର ବ୍ୟାଟସମ୍ୟାନ୍‌ ଇଶାନ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାପର୍ଣ କରିବା ସହ ନିଜ ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ସେ ମୋଟ୍‌ ୩୨ଟି ବଲ ଖେଳି ୫ଟି ଛକା ଓ ୪ଟି ଚୌକା ବଳରେ ୫୬ ରନ୍‌ କରି ନିଜ ଦମ୍‌ ଦେଖାଇଛନ୍ତି। ପଦାର୍ପଣ ମ୍ୟାଚରେ ଦମଦାର ଇନିଂସ୍‌ ଖେଳିଥିବାରୁ ଇଶାନ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପାଇଛନ୍ତି।

ପୋଷ୍ଟ ମ୍ୟାଚ୍‌ ପ୍ରେଜେଣ୍ଟେସନରେ ଇଶନ କିଶନ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସେ କହିଛନ୍ତି ଯେ, କିଛି ଦିନ ପୂର୍ବେ ତାଙ୍କ କୋଚଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଏହି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ତାଙ୍କୁ ଉତ୍ସର୍ଗୀକୃତ କରୁଛି। ଏଥିସହ ତାଙ୍କୁ କ୍ରିକେଟ ଶିଖାଇଥିବା ସମସ୍ତ କୋଚକୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ‘ମୁଁ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲି କାରଣ କୋଚ କହିଥିଲେ, ମୋ ବାପାଙ୍କ ପାଇଁ ଅତି କମରେ ଅର୍ଦ୍ଧ ଶତକ ଆବଶ୍ୟକ। ସେଥିପାଇଁ ମୁଁ ଏହି ପୁରସ୍କାର ତାଙ୍କୁ ଉତ୍ସର୍ଗ କରୁଛି।”

କିଶନ ଭାରତ ପାଇଁ ଡେବ୍ୟୁ ବାବଦରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, ଏହା ତାଙ୍କ ପାଇଁ ଏକ ବିଶେଷ ଅନୁଭବ। ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନ ପାଇଁ ମୁଁ ନିଜକୁ ବହୁତ ଖୁସି ଅନୁଭବ କରୁଛି। ଏଥିପାଇଁ ମୁଁ ସମସ୍ତ କୋଚ୍, ସିନିୟର ଓ ସହଯୋଗୀଙ୍କୁ ଧନ୍ୟବାଦ ଦେଉଛି।

ଅପରପକ୍ଷେ ନିଜର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଇଶାନ କିଶନ। ଡେବ୍ୟୁ ଟି-୨୦ ମ୍ୟାଚ୍‌ରେ ଅର୍ଦ୍ଧଶକତ ମାରିଥିବା ଦ୍ବିତୀୟ ଖେଳାଳି ଭାବେ ନାଁ କରିଗଲେ ଇଶାନ। ତାଙ୍କ ପୂର୍ବରୁ ଅଜିଙ୍କ୍ୟ ରାହାଣେ ଏହି ରେକର୍ଡ କରିଥିଲେ। ରାହାଣେ ଇଂଲଣ୍ଡ ବିପକ୍ଷରେ ୨୦୧୧ରେ ମଞ୍ଚେଷ୍ଟର ଟି-୨୦ ମ୍ୟାଚ୍‌ରେ ୬୧ ରନ୍‌ର ପାଳି ଖେଳିଥିଲେ।

Comments are closed.