Odisha Link
Bridging the Missing Links in Odisha

ପାକିସ୍ତାନୀ ଗାୟିକା ମିଶା ଶାଫିଙ୍କୁ ୩ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫିଙ୍କୁ ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ୨ ବର୍ଷ ପୂର୍ବରୁ ମିଶା ବଲିଉଡ଼ ଗାୟକ ତଥା ଅଭିନେତା ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ।

ସେ ଅଲିଙ୍କ ବିରୋଧରେ ଅନଲାଇନ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଥିଲେ। ତେବେ ଗତ ବର୍ଷ ସେପ୍ଟେମ୍ବରରେ ଅଲି ଏକ ମାମଲା ରୁଜ୍ଜୁ କରିଥିଲେ। ଏହି ମାମଲାରେ ମିଶାଙ୍କୁ ୩ ବର୍ଷ ଜେଲ କାରାଦଣ୍ଡ ମିଳିଛି।

 

ପ୍ରକାଶ ଯେ, ମିଶା ଶାଫିଙ୍କ ଅଭିଯୋଗକୁ ଅଲି ଜାଫର ଖାରଜ କରି ତାଙ୍କ ବିରୋଧରେ ମାନହାନି ମାମଲା ରୁଜ୍ଜୁ କରିଥିଲେ। ମିଶା ଜାଫରଙ୍କ ବିରୋଧରେ ଲଗାଇଥିବା ଆରୋପ ଅଦାଲତରେ ପ୍ରମାଣ କରିପାରିନଥିଲେ। ଅଦାଲତ ଏହି ମାମଲାରେ ଫଇସଲା ଶୁଣାଇ ଜାଫରଙ୍କ ପ୍ରତିଷ୍ଠା ଖରାପ କରିବା ପାଇଁ ମିଶାଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଅଦାଲତ।

Comments are closed.