Odisha Link
Bridging the Missing Links in Odisha

ପାହାଡ଼ରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି: ପାହାଡ଼ ଉପରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଏସ ଗୋପାଳପୁର ଗାଁ ନିକଟସ୍ଥ ମା ରତନେଇ ପାହାଡ଼ରେ ମୃତଦେହ ଠାଵ ହୋଇଛି।

ପ୍ରକାଶ ଯେ, ମୃତ ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ମୃତଦେହ ପାଖରେ ଗୋଟିଏ ବ୍ୟାଗ୍‌ ସହ ଲୁଗା ପଡ଼ିଥିବା ସୂଚନାମିଳିଛି। ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି।

Comments are closed.