Odisha Link
Bridging the Missing Links in Odisha

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ବୈଠକ ହୋଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ରେ ରାଉରକେଲା ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କଠାରୁ ଏନଆଇଟି ଛାତ୍ରଛାତ୍ରୀମାନେ ଡିଗ୍ରୀ ଗ୍ରହଣ କରିବେ।

ଏହି ଅବସରରେ ୧୪ଶହ ୭୦ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ସେମାଙ୍କ ମଧ୍ୟରୁ ୬ ଜଣଙ୍କୁ ଗୋଲଡ ମେଡାଲ, ୭୦ ଜଣଙ୍କୁ ସିଲଭର ମେଡାଲ ପ୍ରଦାନ କରାଯିବ।

ପରେ ରାଷ୍ଟ୍ରପତି ୨୨ରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ ଓ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ନିର୍ଦ୍ଧାରିତ ପ୍ରୋଟୋକଲ ଓ ଏସଓପି ଅନୁସାରେ ସବୁ କାର୍ଯ୍ୟ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.