Odisha Link
Bridging the Missing Links in Odisha

ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: ବିପୁଳ ପରିମାଣର ଗଞ୍ଜେଇ ଜବତ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରୁ ଜବତ ହୋଇଛି। ପ୍ରକାଶ ଯେ, କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରେ ଚେକିଂ ଚାଲିଥିଲା।

ତେବେ ଫରେଷ୍ଟ ଅଧିକାରୀଙ୍କୁ ଦେଖି ଏକ ପିକଅପ ଭ୍ୟାନ୍‌ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। ଉପସ୍ଥିତ ଥିବା ଅଧିକାରୀ ସନ୍ଦେହରେ ଗାଡ଼ି ଯାଞ୍ଚ କରିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଗଞ୍ଜେଇ ଭର୍ତ୍ତି ବସ୍ତା ଠାବ ହୋଇଛି।

ଜବତ ପିକଅପ ଭ୍ୟାନ୍‌କୁ ବନ ବିଭାଗ ଥୁଆମୁଳ ରାମପୁର ପୋଲିସକୁ ହସ୍ତାନ୍ତର କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଭର୍ତ୍ତି ବସ୍ତା ଓଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Comments are closed.