Odisha Link
Bridging the Missing Links in Odisha

ଅପହରଣର ୩୬ ଘଣ୍ଟା ପରେ ଉଦ୍ଧାର ହେଲେ ସୁନା ବ୍ୟବସାୟୀ

ସୋର : ଅପହରଣର ୩୬ ଘଣ୍ଟା ପରେ ଉଦ୍ଧାର ହେଲେ ସୁନା ବ୍ୟବସାୟୀ। ପୁଲିସ ଜଣେ ମହିଳାଙ୍କୁ ଅଟକ ରଖିଛନ୍ତି। ସୋର ପୁଲିସର ତନାଘନାରେ ଅପହର୍ତ୍ତାମାନେ ଡ଼ରି ସୁନା ବ୍ୟବସାୟୀଙ୍କୁ ଛାଡି ଦେଇଥିଲେ।

ପ୍ରକାଶ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ଅଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ ସୋରରୁ କୁପାରି ରାସ୍ତା ବେଲଦା ଛକରେ ଶୁଭମ୍ ଜୁଏଲାରୀ ନାମକ ଏକ ଗହଣା ଦୋକାନ କରିଥିଲେ । ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ବାହାନାରେ ଶୁଭମ୍ ଜୁଏଲାରୀର ମାଲିକ ପ୍ରହଲ୍ଲାଦଙ୍କୁ ଡକାଇଥିଲେ ।

ପ୍ରହଲ୍ଲାଦ ୫୦ ଗ୍ରାମ ସୁନା ନେଇ ଏକ ବାଇକ୍ ଯୋଗେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପ୍ରହଲ୍ଲାଦଙ୍କ ପରିବାର ଲୋକ ପ୍ରହଲ୍ଲାଦଙ୍କୁ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପ୍ରହଲ୍ଲାଦଙ୍କ ଖୋଜ ଖବର କିଛି ନମିଳିବାରୁ ସୋର ଥାନାରେ ଅଭିଯୋଗ କରିଥିଲେ ।

ପ୍ରହଲ୍ଲାଦଙ୍କ ସୂଚନା ଅନୁସାରେ ସୁନା ଗହଣା ନେବା ପାଇଁ ଦାଣ୍ଡହରିପୁରରୁ ଫୋନରେ ଡାକି ୫ ଯୁବକ ସିଙ୍ଗାଖୁଣ୍ଟାରେ ଜଣଙ୍କ ଘରେ ଗହଣା ଛଡାଇ ନେଇଥିଲେ। ସେଠାରେ ମାଡ ମାରି ଛୁରୀ ଦେଖାଇ ଭୟଭୀତ କରି ଜାମୁଝଡିରେ ବାଇକ୍ ରଖି ବସରେ ଭୁବନେଶ୍ବର ନେଇଯାଇଥିଲେ ।

ଫୋନରେ ଘର ଲୋକଙ୍କୁ ଟଙ୍କା ଦେବାକୁ ଧମକ ଦେଉଥିଲେ। ବସରେ ମୁହଁରେ ନିଶା ସ୍ପ୍ରେ କରି ବାଣୀବିହାରରୁ ଅଟୋ ଯୋଗେ ମାଷ୍ଟରକ୍ୟାଣ୍ଟିନ ନେଉଥିବା ବେଳେ ଚେତା ଆସିବାରୁ ପ୍ରହଲ୍ଲାଦ ଷ୍ଟେସନକୁ ଖସି ଯାଇଥିଲା ।

ସୋର ପୋଲିସ ଅଭିଯୋଗ ପାଇ ଘଟଣାର ତନାଘନା ଚଳାଇବା ଦେଖି ପ୍ରହଲ୍ଲାଦକୁ ଅପରାଧୀମାନେ ଭୁବନେଶ୍ବର ଛାଡି ଫେରାର ହୋଇଯାଇଥିଲେ । ଖବର ପାଇ ପରିବାର ଲୋକ ରାତି ୧ଟା ୩୦ ମିନିଟରେ ପ୍ରହଲ୍ଲାଦକୁ ଭୁବନେଶ୍ବରରୁ ସୋର ଥାନାକୁ ଆଣିଥିବା ବେଳେ ନୀଳଗିରି ଓ ବାଲେଶ୍ବର ଅଞ୍ଚଳର ୪ ଅପରାଧୀ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

Comments are closed.