Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ।

ଆସନ୍ତାକାଲି ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ତା’ପରେ ସକାଳ ୧୦ଟା ୫୫ ମିନିଟରେ ରାଉରକେଲା ଏନଆଇଟିରେ ପହଞ୍ଚି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

୨୨ ତାରିଖ ସକାଳ ୮ଟା ୪୫ରେ ପୁରୀ ହେଲିପ୍ଯାଡ୍ ରେ ପହଞ୍ଚିବେ । ସକାଳ ୯ଟା ୫ରୁ ୯ଟା ୪୫ ଯାଏ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ପୂର୍ବାହ୍ନ ୧୦ ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ଯମନ୍ଦିର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ।

ସେହିପରି ପୂର୍ବାହ୍ନ ୧୧ଟା ୨୦ରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲିଦେଖିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୧ଟା ୩୦ରୁ ୧୨ଟା ଯାଏ ଇଣ୍ଡିଆନ ଅୟେଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ। ଅପରାହ୍ନ ୪ଟା ୪୫ରେ ଭୁବନେଶ୍ବର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

Comments are closed.