Odisha Link
Bridging the Missing Links in Odisha

ରାଜ୍ୟର ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢୁଛି ତାପମାତ୍ରା। ଗତକାଲି ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା ।ପାଣିପାଗବିତ୍ ସୂଚନାଦେଇଛନ୍ତି ଆଜି ରାଜ୍ୟର ୯ଟି ସହରରେ କାଳବୈଶାଖୀ ସମ୍ଭାବନା ରହିଛି ।

ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ସେହିପରି ବିଜୁଳି ଓ ଘଡ଼ଘଡ଼ି ମାରିବା ସହିତ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.