Odisha Link
Bridging the Missing Links in Odisha

ଭ୍ୟାକ୍ସିନ୍ ର ପ୍ରଥମ ଡୋଜ୍ ନେବା ପରେ ଏହି ଅଭିନେତା କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅନେକ ସ୍ଥାନରେ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆ ଯାଇଛି। କିନ୍ତୁ ଅନେକ ଲୋକଙ୍କ ନିକଟରେ ପୁଣି କରୋନା ଲକ୍ଷଣ ଦେଖିବାକୁ ମିଳିଛି।

ବଲିଉଡ ଅଭିନେତା ପରେଶ ରାୱଲ ପ୍ରଥମ ଡୋଜ୍ ନେଇଥିଲେ । କିନ୍ତୁ ସେ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ପରେଶ ରାୱଲ ସୋସିଆଲ ମିଡିଆରେ କହିଛନ୍ତି, ସେ କୋଭିଡ ସଂକ୍ରମିତ ହୋଇଛନ୍ତି ଏବଂ ଏହା ସହ ସେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି । ଶୁକ୍ରବାର ରାତିରେ ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି, ‘ଦୁର୍ଭାଗ୍ୟବଶତଃ ,, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।

ଗତ ୧୦ ଦିନ ଧରି ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ଦୟାକରି ନିଜର ଟେଷ୍ଟ କରାଇନିଅନ୍ତୁ ।’ ପରେଶଙ୍କ ପୋଷ୍ଟରେ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି, ଏବଂ ଅଭିନେତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । ଫ୍ୟାନ୍ସମନାଙ୍କ ସହ ଅନେକ ଷ୍ଟାରମାନେ ପରେଶଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି ।

ନିକଟରେ ବଲିଉଡର ଅନେକ ଷ୍ଟାରମାନେ ତଥା କାର୍ତ୍ତିକ ଆରୟାନ୍, ଆମୀର ଖାନ୍, ଆର ମାଧବନ୍, ମିଲିନ୍ଦ ସୋମନ୍, ରଣବୀର କପୁର, ସଞ୍ଜୟ ଲୀଲା ଭନସାଲୀ, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସମେତ ଅନ୍ୟମାନେ ମଧ୍ୟ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି ।

Comments are closed.