Odisha Link
Bridging the Missing Links in Odisha

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି ।

ରାଜ୍ୟ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ବର୍ଷକ ପାଇଁ କଟକ ଓ ଭୁବନେଶ୍ୱରରେ ଏହା ଲାଗୁ ହେବ । ପରେ ରାଜ୍ୟର ଅନ୍ୟ ସ୍ଥାନରେ ଏହାକୁ ଲାଗୁ କରାଯିବ ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ।

ଆସନ୍ତା ଏପ୍ରିଲ ୧ ତାରିଖରୁ ଟ୍ରାଫିକ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି । ପ୍ରକାଶ ଯେ, ଆବଶ୍ୟକ ସଂଖ୍ୟକ ପୁଲିସ ଅଧିକାରୀଙ୍କ ଅଭାବ ସକାଶେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇପାରୁ ନଥିଲା।

ବିଶେଷତଃ ଏଏସଆଇ ପଦବୀ ସଂଖ୍ୟା କମ ଥିବାରୁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ ଏହି କ୍ଷମତା ଦେବାକୁ କମିଶନରେଟ ପୁଲିସ ପକ୍ଷରୁ ସଡ଼କ ପରିବହନ ବିଭାଗକୁ ସୁପାରିଶ କରାଯାଇଥିଲା ।

Comments are closed.