Odisha Link
Bridging the Missing Links in Odisha

ରେଙ୍ଗାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି ସମ୍ବଲପୁର ରେଙ୍ଗାଲିରେ ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ, ବିଳମ୍ବିତ ରାତିରେ ଏକ କାରରେ ୫ ଜଣ ବ୍ୟକ୍ତି ଝାରସୁଗୁଡା ଆଡୁ ସମ୍ବଲପୁର ପଟକୁ ଆସୁଥିବାବେଳେ ରେଙ୍ଗାଲି କଲେଜ ଛକରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ।

ତେବେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ବୁର୍ଲାରେ ଜଣେ ଛୋଟ ଝିଅ ସମେତ ଦୁଇ ଜଣ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

Comments are closed.