Odisha Link
Bridging the Missing Links in Odisha

ଏନ୍‌ଆଇଟିର କଡା ନିଷ୍ପତ୍ତି: ଅନଲାଇନ୍‌ରେ ହେବ ପରୀକ୍ଷା

ରାଉରକେଲା : ଏନ୍‌ଆଇଟିରେ ପଜିଟିଭି ଚିହ୍ନଟ ହେବା ପରେ ସମସ୍ତ ହଷ୍ଟେଲ ଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି ।ଆସନ୍ତାକାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଥୀଙ୍କ ହେବ କୋଭିଡ଼ ଟେଷ୍ଟ । ଏଥିସହିତ ଅନଲାଇନରେ ପରୀକ୍ଷା ହେବ। ଏହା ଏନଆଟି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବରେ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ବଦଳରେ ଅନଲାଇନ ପରୀକ୍ଷା ପାଇଁ ପୂର୍ବରୁ ଦାବି କରିଥିଲେ। ଗତକାଲି ଏନେଇ ଜରୁରୀକାଳୀନ ସିନେଟ୍‌‌ ବୈଠକ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷା ସମୟ ଓ ତାରିଖ ନେଇ ଆଉଥରେ ବିଜ୍ଞପ୍ତି ପ୍ରକାଶ କରାଯିବ। ପରିବର୍ତ୍ତିତ ପରୀକ୍ଷା ସୂଚୀ ନେଇ ଆଗୁଆ ଅବଗତ କରାଯିବବୋଲି ଏନ୍‌ଆଇଟି କର୍ତୃପକ୍ଷଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Comments are closed.