Odisha Link
Bridging the Missing Links in Odisha

ନକଲି ନର୍ସିଂ ସାର୍ଟିଫିକେଟ୍ ଦେଇ ଲକ୍ଷାଧିକ ଟଙ୍କା ଲୁଟ

ଭୁବନେଶ୍ୱର: ନକଲି ନର୍ସିଂ ସାର୍ଟିଫିକେଟ୍ ଦେଇ ଲକ୍ଷାଧିକ ଟଙ୍କା ଲୁଟ। ଏପରି ଅଭିଯୋଗ ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ବିରୋଦ୍ଧରେ ଆସିଛି। ୬୦ରୁ ଅଧିକ ନର୍ସିଂ ଛାତ୍ରଛାତ୍ରୀ ଏହି ଅଭିଯୋଗରେ ଖଣ୍ଡଗିରି ଥାନାରେ ଧାରଣା ଦେଇଛନ୍ତି ।

ପ୍ରକାଶ ଯେ, ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ତାଙ୍କର ସ୍ତ୍ରୀ ୨ ବର୍ଷ ତଳେ ନର୍ସିଂ କଲେଜ ଖୋଲିଥିଲେ । ୨୦୧୯ ମସିହାରୁ ସେଠାରେ କିଛି ଛାତ୍ରୀ ନାମ ଲେଖାଇ ପଢା ଆରମ୍ଭ କରିଥିଲେ।

ବିନା ଅନୁମୋଦିତ କଲେଜ ଖୋଲି ସଂପୃକ୍ତ ଦମ୍ପତି ବିଭିନ୍ନ ସମୟରେ ଛାତ୍ରୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଗୁରୁବାର ୬୦-୭୦ ହେବ ଛାତ୍ରୀ ଖଣ୍ଡଗିରି ଥାନାରେ ସଂପୃକ୍ତ ସ୍ୱାମୀ-ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେପଟେ ପୁଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି ।

Comments are closed.